Psalms 116

ମୃତ୍ୟୁୁରୁ ରକ୍ଷା ପାଇଥିବା ବ୍ୟକ୍ତିର ସଦାପ୍ରଭୁଙ୍କ ପ୍ରଶଂସା

1ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ,
କାରଣ ସେ ମୋ’ ରବ ଓ ବିନତି ଶୁଣିଅଛନ୍ତି।
2ସେ ମୋ’ ପ୍ରତି କର୍ଣ୍ଣପାତ କରିଅଛନ୍ତି,
ଏଥିପାଇଁ ମୁଁ ବଞ୍ଚିଥିବାଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି।

3ମୃତ୍ୟୁୁର ରଜ୍ଜୁ ମୋତେ ଘେରିଲା,

ପାତାଳର ଯନ୍ତ୍ରଣା ମୋତେ ଧରିଲା;
ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି।
4ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି;
“ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋ’ ପ୍ରାଣକୁ ଉଦ୍ଧାର କର।”

5ସଦାପ୍ରଭୁ କୃପାବାନ ଓ ଧର୍ମମୟ;

ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।
6ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି;
ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ।

7ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ;

କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି।
8ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ
ଲୋତକରୁ ମୋହର ଚକ୍ଷୁ ଓ
ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ।

9ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ

ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।
10ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି;
“ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,”
11ମୁଁ ଚଞ୍ଚଳ ଭାବରେ କହିଲି,
“ମନୁଷ୍ୟ ମାତ୍ରେ ହିଁ ମିଥ୍ୟା।”

12ମୋ’ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ

ମୁଁ ତାହାଙ୍କୁ କି ପ୍ରତିଦାନ କରିବି ?
13ମୁଁ ପରିତ୍ରାଣର ପାତ୍ର
116:13 ପରିତ୍ରାଣର ପାତ୍ର ଅର୍ଥାତ୍ ପେୟ ନୈବେଦ୍ୟ ଉତ୍ସର୍ଗ କରିବି
ଗ୍ରହଣ କରିବି ଓ
ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।
14ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ
ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି।
15ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ
ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।

16ହେ ସଦାପ୍ରଭୁ, ମୁଁ ନିତାନ୍ତ ତୁମ୍ଭର ଦାସ;

ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର;
ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ।
17ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି,
ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।

18ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ,

ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,
ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ
ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
19

Copyright information for OriULB